ପୁସ୍ତକ ପ୍ରେମୀଙ୍କ ପାଇଁ ଖୁସି ଖବର, ନୂଆ ସ୍ଥାନରେ ଖୋଲିଲା ‘ମଡର୍ଣ୍ଣ ବୁକ ଡିପୋ’

Odisha Hot News
1 Min Read

ଭୁବନେଶ୍ବର: ଏବେ ପୁଣିଥରେ ଖୋଲିଛି ଓଡିଶାର ପ୍ରତିଷ୍ଠିତ ପୁସ୍ତକ ଦୋକାନ ମଡର୍ଣ୍ଣ ବୁକ ଡିପୋ। ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଏହି ଦୋକାନ ବହୁ ପରିଚିତ। ହେଲେ କିଛି ଅସୁବିଧା ପାଇଁ ଏହି ପୁରୁଣା ବୁକ ଡିପୋ ସେଠାରୁ ହଟିବାକୁ ବାଧ୍ୟ ହୋଇଥିଲା। ଫଳରେ ପୁସ୍ତକ ପ୍ରେମୀ ତଥା ଲେଖକଙ୍କ ପାଇଁ ଏହି ବହୁ ଦୁଃଖଦାୟକ ଘଟଣା ଥିଲା।

ହେଲେ ଏବେ ସେହି ମଡର୍ଣ୍ଣ ବୁକ ଡିପୋ ବର୍ତ୍ତମାନ ନୂଆ ସ୍ଥାନରେ ତାହାର ବିକ୍ରି ଆରମ୍ଭ କରିଛି। ବର୍ତ୍ତମାନ ଏହି ପରିଚିତି ପୁସ୍ତକ ଭଣ୍ଡାର ଭୁବନେଶ୍ବରର ସୂର୍ଯ୍ୟ ନଗରରେ ତାହାର ବ୍ୟବସାୟ ଆରମ୍ଭ କରିଛି। ସୂର୍ଯ୍ୟ ନଗର ଏ-4 ରେ ପୁଣି ପୁସ୍ତକ ପ୍ରେମୀଙ୍କ ପାଇଁ ଦୋକାନ ପୁନଃଶୁଭାରମ୍ଭ ହୋଇଛି। ବର୍ତ୍ତମାନ ନୂଆ ସ୍ଥାନରେ ଅଧିକ ସ୍ଥାନ ମିଳିବା ସହିତ ପାଠକମାନେ ବୁଲିବୁଲି ପୁସ୍ତକ ଦେଖାବା ପରି ବ୍ୟବସ୍ଥା କରାଯାଇଛି।

ଯେଉଁମାନେ ଏହି ନୂଆ ସ୍ଥାନ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି ସେମାନେ ମୋବାଇଲ ନମ୍ବର- 9437007179 କଲ କରିପାରିବେ।

Share This Article