ଯାଜପୁରର ପୂର୍ବତନ ବିଧାୟକଙ୍କ ଭାଇ ଗିରଫ 

Odisha Hot News
1 Min Read

ଭୁବନେଶ୍ଵର: ଯାଜପୁର ପୈାର ପରିଷଦର ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି। ଯାହାକି ଯାଜପୁରରେ ରାଜନୈତିକ ଉଷ୍ମତା ସୃଷ୍ଟିି କରିଛି। ଭବ ପ୍ରସାଦ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଅଟନ୍ତି। ଗତ ଗୁରୁବାର ଦିନ ବିରଜା ହାଟର ତିନି ଜଣ ବ୍ୟବସାୟୀ ସେମାନଙ୍କୁ ଭବପ୍ରସାଦ ଦାସ ଆକ୍ରମଣ କରିଥିଲେ ବୋଲି ଯାଜପୁର ଥାନାରେ ଅଭିଯୋଗ କରିଥିଲେ।

ସୂଚନା ଥାଉକି, ବିରଜା ମନ୍ଦିରର ସୈାନ୍ଦର୍ଯ୍ୟୀକରଣ ପାଇଁ ପୂର୍ବ ସରକାର ବିରଜା ମନ୍ଦିର ପ୍ରକଳ୍ପ ଆରମ୍ଭ କରିଥିଲେ। ସ୍ଥାନାଭାବ ଦେଖାଯିବାରୁ ମନ୍ଦିର ନିକଟସ୍ଥ ବହୁ ପୁରାତନ ବିରଜା ହାଟକୁ ନିକଟସ୍ଥ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ହାଟକୁ ପୁର୍ନବାର ମନ୍ଦିର ନିକଟକୁ ଉଠାଇ ଆଣିବା ପାଇଁ ହାଟର କିଛି ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଳାଇଛନ୍ତି।

ଅପର ପକ୍ଷରେ ହାଟ ସ୍ଥାନାନ୍ତରକୁ ବିଜେଡି ସମର୍ଥିତ କିଛି ସ୍ଥାନୀୟ ଲୋକ ବିରୋଧ କରି ଆସୁଛନ୍ତି ଓ ବନ୍ଦ ପଡିଥିବା ବିରଜା ମନ୍ଦିର ପ୍ରକଳ୍ପ ଚାଲୁ ରଖିବା ଦାବୀ କରି ଆସୁଛନ୍ତି। ଏହି ପ୍ରସଂଗକୁ ନେଇ ଗତ ବୁଧବାରଠାରୁ ଯାଜପୁର ସହରରେ ଉତ୍ତେଜନା ଲାଗିରହିଛି।

Share This Article