ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଶୁକ୍ରବାରଠାରୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଫଳରେ ଦୀର୍ଘ ଦେଢ଼ମାସ ହେବ ବନ୍ଦ ରହିଥିବା ଏହି ୩ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ କାର୍ଯ୍ୟକ୍ଷମ ହେବ। ଗୁରୁବାର ଭିଡିଓକନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘର କର୍ମକର୍ତ୍ତା ଏବଂ ଏମ୍ଏସ୍ଏମ୍ଇ ସଚିବ, ଶିଳ୍ପ ନିର୍ଦ୍ଦେଶକ, ଇପିକଲ ଏମ୍ଡିଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଶ୍ରମିକ ପରିବହନ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଶ୍ରମିକମାନେ ଯେପରି ନିର୍ଦ୍ୱନ୍ଦ୍ୱରେ ଯିବା ଆସିବା କରିପାରିବେ ସେ ନେଇ ଖୁବ୍ଶୀଘ୍ର ଏକ ଗାଇଡ୍ ଲାଇନ ଜାରି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଅଣ ପଞ୍ଜୀକୃତ ଓ ୭୫ ହଜାର ପଞ୍ଜୀକୃତ ଉଦ୍ୟୋଗ ରହିଛି। ରାଜ୍ୟ ସରକାର ପୂର୍ବରୁ କେବଳ ୭ ହଜାର ପଞ୍ଜୀକୃତ ଉଦ୍ୟୋଗଗୁଡିକୁ ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ସମସ୍ତ ଉଦ୍ୟୋଗ ଏବେ ଖୋଲାଯାଇପାରିବ ବୋଲି ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆଜିଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

Hand writing SMB - Small and Medium-Sized Business with marker, acronym business concept
You Might Also Like
Leave a Comment
Leave a Comment
- Advertisement -