ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲକ୍ଡାଉନ ଜାରି ରହିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଅନ୍ୟ ରାଜ୍ୟରେ ଅଟକିଥିବା ଶ୍ରମିକମାନେ ଖାଇବା, ରହିବା ଏବଂ କାମ କରିବାର ସୁବିଧା ହରାଇବା ପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେଣୁ ସେମାନଙ୍କୁ ଫେରାଇ ଆଣିବାକୁ ସରକାର ବିଭିନ୍ନ ରାଜ୍ୟ ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି। ସେହି ଅନୁଯାୟୀ ତାମିଲନାଡୁରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏ ସମ୍ପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସାମୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। କିପରି ଓଡ଼ିଆ ଶ୍ରମିକ ଫେରିବେ ସେନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇଛନ୍ତି। କେନ୍ଦ୍ର ସରକାର ଏଥିଲାଗି ସହଯୋଗ ଯୋଗାଇ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି। ଲକ୍ଡାଉନ ଯୋଗୁ ତାମିଲନାଡୁରେ ଅଟକି ରହିଯାଇଥିବା ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଯତ୍ନ ନେଉଥିବାରୁ ମୁଖ୍ୟମନ୍ତ୍ରୀ ପାଲାନିସାମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନେ ଯେପରି ସୁବିଧାରେ ଫେରିପାରିବେ ସେନେଇ ସହଯୋଗ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ପାଲାନିସାମୀ ମଧ୍ୟ ଏ ଦିଗରେ ସବୁ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ଏହି ଅବସରରେ ନବୀନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ପରାମର୍ଶଦାତା ଆର୍.ବାଲ୍କ୍ରିଷ୍ଣନ ଏହି କାର୍ଯ୍ୟର ତଦାରଖ କରିବେ ବୋଲି ନବୀନ ସୂଚନା ଦେଇଛନ୍ତି।
ତାମିଲନାଡୁରେ ଅଟକିଥିବା ଶ୍ରମିକଙ୍କୁ ଫେରାଇବାକୁ ଉଦ୍ୟମ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
