ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ଏବଂ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ସିଡିଓ

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ଆଜି ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ସ୍ଥିତ ଋଷିକୂଲ୍ୟାନଦୀ ନିକଟରେ ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ଏହାର ଅଗ୍ରଗତି ସମ୍ବନ୍ଧରେ ବିଭିନ୍ନ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରିବା ନିମନ୍ତେ ବିଭାଗର ଅଧିକାରୀଙ୍କୁ ସିଡିଓ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଜଳ ଓ ପରିମଳ ବିଭାଗ ର ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ପତି, ଏସଡ଼ିଓ ରିତେଶ କୁମାର, ଛତ୍ରପୁର ବ୍ଲକ ର ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ ଲଗ୍ନଜିତ ସାହୁ, ଜଳ ଓ ପରିମଳ ବିଭାଗ ର ଛତ୍ରପୁର ବ୍ଲକ କନିଷ୍ଟ ଯନ୍ତ୍ରୀ କମଳ ଲୋଚନ ନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଛତ୍ରପୁର ବ୍ଲକର ୧୮ ତି ପଂଚାୟତ ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ବହୁ ପଂଚାୟତର ଜନସାଧାରଣ ଏହାର ସୁବିଧା ପାଇବେ। ଏହି ପ୍ରକଳ୍ପର ଏଷ୍ଟିମେଟ କଷ୍ଟ ୨୫୧କୋଟି ଟଙ୍କା ରହିଛି।

Share This Article