ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ । ଝାରସୁଗୁଡ଼ା ଜିଲ୍ଲାର ପେସେଣ୍ଟ ନମ୍ବର ୧୧୯ କୋଲକାତା ବଡବଜାରରୁ ଏକ ଗାଡିରେ ଆଉ ଜଣେ ସହଯାତ୍ରୀଙ୍କ ସହ ଆସିଥିଲେ। ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ସେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨୯ ତାରିଖରେ ତାଙ୍କର ନମୁନା ପରୀକ୍ଷା ପଜିଟିଭି ଆସିଥିଲା। ଏହାପରେ ତାଙ୍କୁ ରାଉରକେଲା କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଭୁବନେଶ୍ୱର ମଧୁସୂଦନନଗରର ପେସେଣ୍ଟ ନମ୍ବର ୧୨୦ କେସ୍‌ ନମ୍ବର ୪୧ଙ୍କ ନିକଟ ସଂପର୍କୀୟ। ୨୮ ତାରିଖରେ ତାଙ୍କ ନମୁନା ପଜି଼ିଟିଭ୍‌ ଆସିଥିଲା। ଆନନ୍ଦପୁର ବ୍ଲକ ପଞ୍ଚପଲ୍ଲିର ପେସେଣ୍ଟ ନମ୍ବର ୧୨୧ କୋଲକତା ବଡବଜାରରୁ ଏକ ଗାଡି ଭଡା କରି ଅନ୍ୟ ୮ଜଣ ସହଯାତ୍ରୀଙ୍କ ସହ ଆସିଥିଲେ। ମାର୍ଚ୍ଚ ୩୧ରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ସେ ଘରେ ରହିବା ସହ ବିଭିନ୍ନ ଦୋକାନ ମଧ୍ୟ ବୁଲିଥିଲେ। ଏପ୍ରିଲ ୨୯ରେ ତାଙ୍କ ନମୁନା ପଜିଟିଭ୍‌ ଆସିବା ପରେ ଅଶ୍ୱିନୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଦେଓଗଡ଼ର ପେସେଣ୍ଟ ନମ୍ବର ୧୨୨ କୋଲକତାରୁ ଏକ ଟ୍ରକ ଯୋଗେ ଆସିଥିଲେ। ୨୬ ଏପରିଲରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ସେ ଘରେ ଥିଲେ। ଏପ୍ରିଲରେ ୨୯ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ରାଉରକେଲାର କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

Share This Article
Leave a Comment