ସରିଲା କାର୍ତ୍ତିକ ମାସ, ଆଜିଠାରୁ ଭକ୍ତମାନେ ଚାରି ଦ୍ବାର ଦେଇ ଯାଇପାରିବେ ଶ୍ରୀମନ୍ଦିର

Odisha Hot News
1 Min Read

ପୁରୀ: ଆଜିଠାରୁ ଚାରିଦ୍ବାର ପ୍ରବେଶ ନେଇ ଯେଉଁ କଟକଣା ରହିଥିଲା ତାହା ହଟାଇ ଦିଆଯାଇଛି। ଏଣିକି ଭକ୍ତମାନେ ଚାରି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ହେଲେ ଫେରିବା ବେଳେ ସିଂହଦ୍ବାର ଦେଇ ଫେରିପାରିବେ ନାହିଁ। ଏ ନେଇ ପୂର୍ବରୁ ଯେଉଁ କଟକଣା ଥିଲା ତାହା ହଟାଇ ଦିଆଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

କାର୍ତ୍ତିକମାନ ଭିଡକୁ ଦୃଷ୍ଟିରେ ରଖି ସରକାର ଚାରିଦ୍ବାର ପ୍ରବେଶ ଉପରେ କଟକଣା କରିଥିଲେ। ଏଥିରେ କେବେଳ ସିଂହଦ୍ବାରରେ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ତିନିଦ୍ବାରରେ ପ୍ରବେଶ କଟକଣା ବନ୍ଦ କରାଯାଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ସରିଯାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ହଟାଇ ଦେଇଛି।

ତେବେ ସେବାୟତମାନଙ୍କ ପାଇଁ କୌଣସି କଟକଣା କରାଯାଇ ନାହିଁ। ସେମାନେ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।

Share This Article