ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ: କାଠ ଫାଳିଆ ମାଡ଼ରେ ଯୁବକଙ୍କ ମୃତ୍ୟୁ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଲକ୍ଷ୍ମୀ ବିଶ୍ଵାଳଙ୍କ କାଠ ଫାଳିଆ ମାଡ଼ରେ ପୋଲସରା ଥାନା ଅର୍ନ୍ତଗତ ବାଲିଘାଇ ଗ୍ରାମର କଂଗ୍ରେସ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଜୀବନ ଦୀପ ଲିଭି ଯାଇଛି। ଖବରରୁ ଜଣାପଡିଛି ଯେ, କଂଗ୍ରେସଙ୍କ ଘର ପାଖ ଖାଲି ପଡ଼ିଆରେ ଲକ୍ଷ୍ମୀ ଆସି ପରିସ୍ରା କରୁଥିବା ବେଳ ସେ ବାରଣ କରିଥିଲା। ଏତିକିବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଲକ୍ଷ୍ମୀ ଉଗ୍ରରୂପ ଧାରଣ କରି ପାଖରେ ପଡ଼ିଥିବା ଏକ କାଠ ଫାଳିଆ ଦ୍ୱାରା କଂଗ୍ରେସକୁ ମାରଣାନ୍ତକ ମାଡ଼ ମାରି ଘଟଣାସ୍ଥଳରୁ ଚାଲି ଯାଇଥିଲା।

ଗୁରୁତର କଂଗ୍ରେସକୁ ପରିବାର ଲୋକେ ଚିକିତ୍ସା ପାଇଁ ପୋଲସରା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କଂଗ୍ରେସର ପୁଅ ଠାରୁ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share This Article