ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ, ଜାଣନ୍ତୁ କେଉଁଦିନ କେଉଁ ବିଷୟ ରହିଛି

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)। ସେହି ଅନୁସାରେ ଯେଉଁ ଦିନ ବିଭିନ୍ନ ବିଷୟରେ ପରୀକ୍ଷା ରହିଛି ତାହା ହେଲା..

ଫେବ୍ରୁଆରୀ ୨୧ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା

ଫେବ୍ରୁଆରୀ ୨୪ ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା

ଫେବ୍ରୁଆରୀ ୨୭ ରେ ଗଣିତ ପରୀକ୍ଷା

ମାର୍ଚ୍ଚ ୧ ରେ ବିଜ୍ଞାନ ପରୀକ୍ଷା ହେବ

ମାର୍ଚ୍ଚ ୩ ରେ ସାମାଜିକ ବିଜ୍ଞାନ

ମାର୍ଚ୍ଚ ୬ ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।

Share This Article