ଠକେଇ ମାମଲା: ଅଦାଲତରେ ହାଜର ହେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନର ବିଜେଡି ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟରରେ ଚାକିରି ନାଁରେ ଠକେଇ ମାମଲାରେ ଅଦାଲତରେ ହାଜର ହୋଇଛନ୍ତି। ସାଂସଦ ଓ ବିଧାୟକଙ୍କ ମାମଲାର ବିଚରଣ ପାଇଁ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଅଦାଲତରେ ସେ ହଜାର ହୋଇ ନିଜ ପକ୍ଷ ରଖିଥିଲେ।

ପ୍ରକାଶଥାଉକି, ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ଗୋପାଳପୁର ବିଧାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଠକେଇ ଅଭିଯୋଗ ଆସିଥିଲା। ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ସହ ମିଶି ଟାଟା ମୋଟରରେ ଚାକିରି ଦେବାକୁ କହି ଡ. ପାଣିଗ୍ରାହୀ ସ୍ଥାନୀୟ ଅଞ୍ଚଳର ଏକାଧିକ ବେକାର ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ଏହି ଭଳି ଅଭିଯୋଗକୁ ନେଇ ଉପରୋକ୍ତ ତିନିଜଣଙ୍କ ସହିତ ତାଙ୍କ ଭାଇ ଦୀଲିପ ପାଣିଗ୍ରାହୀ ଓ ବ୍ୟକ୍ତିଗତ ସହାୟକ ଡଃ ସର୍ବେଶ୍ଵର ରାଓ ଅଭିଯୁକ୍ତ ଭାବେ ଜେଲ୍ ଯାଇ ଜାମିନରେ ଆସିଥିଲେ। ଏହା ମଧ୍ୟରେ ଡଃ ରାଓଙ୍କ ପରଲୋକ ହୋଇଯାଇଛି। ସେଥିପାଇଁ ଅଦାଲତ ତାଙ୍କ ନାମକୁ ରଦ୍ଦ କରିଥିବା ବେଳେ ଅଦାଲତ ନିର୍ଦ୍ଦେଶରେ ଡଃ ପାଣିଗ୍ରାହୀଙ୍କ ଭାଇ ଦୀଲିପଙ୍କୁ ମଧ୍ୟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି।

ଅଦାଲତରେ ହାଜର ହୋଇ ଫେରିଲା ପରେ ସାଂସଦ ଡଃ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ଗତ ବିଜେଡି ସରକାର ମୋତେ ମିଥ୍ୟା ମକଦ୍ଦମାରେ ଜଡିତ କରି ଜେଲ୍ ପଠାଇଥିଲେ ଓ ଉକ୍ତ ସମସ୍ତ ମକଦ୍ଦମାର ବିଚାରଣା ଚାଲିଛି। ଏହି ପରିପ୍ରେକ୍ଷୀରେ ମୁଁ ଆଇନ୍ କୁ ସମ୍ମାନ ଦେଇ ସମସ୍ତ ବିଚାରଣାର ସାମ୍ନା କରିବାକୁ ପାଇଁ ପ୍ରସ୍ତୁତ ଅଛି।

Share This Article