ବିକାଶ ଏବଂ ଐତିହ୍ୟ ସହିତ ଏକତ୍ର ଆଗକୁ ବଢ଼ିବାକୁ ଆମେ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ ମୋଦୀ

Odisha Hot News
1 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆଜି ଦେଶବାସୀଙ୍କୁ ଇଗାସ୍ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ବିକାଶ ଏବଂ ଐତିହ୍ୟ ସହିତ ଭାରତ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ବିଶେଷ ଭାବରେ ଉତ୍ତରାଖଣ୍ଡର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଦେବଭୂମିର ଇଗାସ ପର୍ବର ଐତିହ୍ୟ ଆହୁରି ସମୃଦ୍ଧ ହେବ।

ଏକ୍ସର ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:

“ଇଗାସ୍ ପର୍ବ ଅବସରରେ ଉତ୍ତରାଖଣ୍ଡର ମୋର ପରିବାର ସଦସ୍ୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଇଗାସ୍ ପର୍ବର ଅନେକ ଅନେକ ଅଭିନନ୍ଦନ! ଦିଲ୍ଲୀରେ ମୋତେ ଆଜି ଉତ୍ତରାଖଣ୍ଡର ଲୋକସଭା ସାଂସଦ ଅନୀଲ ବାଲୁନିଙ୍କ ତରଫରୁ ଏହି ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଛି। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଆନନ୍ଦ ଆଣିଦେଉ, ଏହା ହିଁ ମୋର କାମନା।”

“ଆମେ ବିକାଶ ଓ ଐତିହ୍ୟ ସହ ଆଗକୁ ବଢ଼ିବାକୁ ପ୍ରତିବଦ୍ଧ। ମୁଁ ସନ୍ତୁଷ୍ଟ ଯେ, ପ୍ରାୟ ବିଲୁପ୍ତ ହୋଇଯାଉଥିବା ଲୋକ ସଂସ୍କୃତି ସହିତ ଜଡିତ ଇଗାସ୍ ପର୍ବ ପୁଣି ଥରେ ଉତ୍ତରାଖଣ୍ଡର ମୋର ପରିବାରଜନଙ୍କ ବିଶ୍ୱାସର କେନ୍ଦ୍ର ପାଲଟିଛି।”

“ଉତ୍ତରାଖଣ୍ଡର ମୋର ଭାଇ ଓ ଭଉଣୀମାନେ ଯେପରି ଇଗାସ୍ ପର୍ବର ପରମ୍ପରାକୁ ଯେପରି ଜୀବନ୍ତ କରିଛନ୍ତି, ତାହା ଅତ୍ୟନ୍ତ ଉତ୍ସାହଜନକ ଅଟେ। ସମଗ୍ର ଦେଶରେ ଏହି ପବିତ୍ର ପର୍ବ ଯେପରି ଭାବରେ ଧୁମ୍‌ଧାମରେ ପାଳନ କରାଯାଉଛି, ତାହା ଏହାର ଏକ ପ୍ରତ୍ୟକ୍ଷ ପ୍ରମାଣ। ଦେବଭୂମିର ଏହି ଐତିହ୍ୟ ଆଗାମୀ ଦିନରେ ଆହୁରି ସମୃଦ୍ଧ ହେବ ବୋଲି ମୋର ବିଶ୍ୱାସ।”

Share This Article