କେନ୍ଦୁଝରରେ ଆରମ୍ଭ ହେଲା ବାଇକ ପିସିଆର ସେବା 

Odisha Hot News
1 Min Read

ଭୁବନେଶ୍ଵର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ଅପରାଧୀ ମଧ୍ୟ ଚାଲାକ ହୋଇପଡିଛନ୍ତି। ଯେଉଁ ଜାଗା କୁ ପିସିଆର ଭ୍ୟାନ ଯାଇପାରିବନି ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ ମାନେ। ଏ ସବୁ କୁ ଆଖିଆଗରେ ରଖି କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ନେଇଛି ବଡ଼ ପଦକ୍ଷେପ।

ଅପରାଧ ଭିଆଉଥିବା ଜାଗା ମାନଙ୍କରେ ଖୁବ ଶୀଘ୍ର ପହଁଚିବା ପାଇଁ ଏବେ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ ପିସିଆର ସେବା। କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଂଚଳରେ ୧୦ ଟି ପିସିଆର ବାଇକ ସେବା ଆରମ୍ଭ ହୋଇଛି। ଏହି ବାଇକରେ ରହିଛି ବଡ଼ି କ୍ୟାମେରା , ସାଇରନ , ୱାକିଟକି ଓ ଟ୍ରାକିଙ୍ଗ ସିଷ୍ଟମ ଭଳି ଅତ୍ୟାଧୁନିକ ସାମଗ୍ରୀ ରେ ଖଞ୍ଜିତ। ଏ ବାଇକ ନେଇ ପେଟ୍ରୋଲିଂ କୁ ଜୋରଦାର କରିବେ ପୋଲିସ କର୍ମଚାରୀ।

ଟାଉନ ଥାନା ଅଞ୍ଚଳର ଲୋକେ ୧୧୨କୁ କଲ କରି ଏ ସେବା ପାଇପାରିବେ। ଏହା ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି।

Share This Article