ଅନ୍ୟାୟ ଖଣି ନିଲାମ ଓ ବ୍ଳାଷ୍ଟିଙ୍ଗ ବିରୋଧରେ ଗ୍ରାମ ବାସୀଙ୍କ ରଣପୁର ତହସିଲ୍ ସମ୍ମୁଖରେ ପ୍ରତିବାଦ

Odisha Hot News
1 Min Read

ରଣପୁର: ରଣପୁର ତହସିଲ ଅଧିନସ୍ଥ ଛପରି କୋଇଲମା ମୌଜା ରେ ଥିବା ପ୍ରାକୃତିକ ଜଙ୍ଗଲକୁ ନଷ୍ଟ କରି ପ୍ରଶାସନ ବେଆଇନ ଖଣି ନିଲାମ ଦେବାରୁ କୋଇଲମା ଅଞ୍ଚଳରେ ଯକ୍ଷ୍ମା ରୋଗ ବ୍ୟାପିବା, ପକ୍କା ଘର ଗୁଡିକ ଫାଟିବା, ଧ୍ୱନି ପ୍ରଦୂଷଣ ଯୋଗୁଁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବା ଦ୍ଵାରା ଲୋକେ କ୍ଷତି ଗ୍ରସ୍ତ ହେବା ଓ ସାଧାରଣ ଲୋକେ କାମ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୂର୍ବରୁ ଖଣି ନିଲାମକୁ ବିରୋଧ କରି ରାସ୍ତା ଅବରୋଧ ଭଳି ଘଟଣା ଘଟିଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିଲାମ ଓ ବ୍ଳାଷ୍ଟିଙ୍ଗ ସମ୍ପୂର୍ଣ୍ଣ ବାତିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ବର୍ତ୍ତମାନ ଏକ ଆନ୍ଧ୍ରପ୍ରଦେଶ କମ୍ପାନୀକୁ ଦଶ ବର୍ଷ ପାଇଁ ନିଲାମ ଦେବାର ଉଦ୍ୟମ ଜାରି ରଖିବା ସହ ଜନଗଣଙ୍କ ସ୍ଵାର୍ଥକୁ ଆଖି ମୁଜି ଦେଇ ବ୍ଳାଷ୍ଟିଙ୍ଗ କରିବାର ଅନୁମତି ଦେବାକୁ ବସିଛନ୍ତି। ଏହାର ପ୍ରତିବାଦ କରି କୋଇଲମାର ଗ୍ରାମବାସୀ ଆଜି ରଣପୁର ତହସିଲ ଦାର ଆର୍ଯ୍ୟ କୁମାରଙ୍କୁ ଭେଟି ଏକ ଚରମ ପତ୍ର ପ୍ରଦାନ କରିଥିଲେ।

ଅନ୍ୟାୟ ଖଣି ନିଲାମ ଓ ବ୍ଳାଷ୍ଟିଙ୍ଗ ତୁରନ୍ତ ବାତିଲ କରିବାକୁ ଗ୍ରାମ ବାସୀଦାବୀ କରିଥିଲା ବେଳେ ପ୍ରଶାସନ ଟାଳଟୁଳ ନୀତି ନେଲେ ଆଗାମୀ ଦିନରେ ପ୍ରଶାସନକୁ ଅଚଳ କରି ଦେବାକୁ ଚେତାବନୀ ଦେଇଛନ୍ତି। ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଧମକ ଦେଇଛନ୍ତି।

ଏହାର ନକଲ ଜିଲ୍ଲାପାଳ ନୟାଗଡ଼, ଆରକ୍ଷୀ ଅଧିକ୍ଷକ ନୟାଗଡ଼ ଜିଲ୍ଲା ଓ ରଣପୁର ଥାନା ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ଙ୍କୁ ଦିଆଯାଇଛି।

ଏହି ପ୍ରତିବାଦରେ ବରିଷ୍ଠ ଓକିଲ ଗିରିଜା କାନ୍ତ ମହାପାତ୍ର ଓ ସମାଜ ସେବୀ ସୁରେଶ ସ୍ଵାଇଁ ସମର୍ଥନ କରିଥିଲା ବେଳେ ଭିକାରୀ ଚରଣ ସାହୁ, ଗଙ୍ଗାଧର ସାହୁ, ଶରତ ପ୍ରଧାନ ପ୍ରମ୍ମୁଖ ନେତୃତ୍ୱ ନେଇଥିଲେ।

Share This Article