ଛଟ୍ ପୂଜା ଶେଷ ହେଲେ ମଧ୍ୟ କମିନାହିଁ ଭିଡ଼: ପୂର୍ବତଟ ରେଳପଥ ପକ୍ଷରୁ ୨୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

Odisha Hot News
1 Min Read

ଭୁବନେଶ୍ଵର: ଛଟ୍ ପୂଜା ଶେଷ ହେବାକୁ ଯାଉଥିଲେ ମଧ୍ୟ ଯାତ୍ରୀମାନଙ୍କ ଭିଡ଼ କମିନାହିଁ। ଭିଡ଼ କମାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୨୭ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରୁଛି। ସେଥିମଧ୍ୟରୁ ୧୮ଯୋଡ଼ା ଟ୍ରେନ୍ ଚଳିତମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ୭ ଯୋଡ଼ା ଟ୍ରେନ୍ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହାଛଡ଼ା ଦୁଇ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ବିହାରର ଦାନାପୁର ଓ ଜୟନଗରକୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀଠାରୁ ଜୟନଗର ପର୍ଯ୍ୟନ୍ତ ଏବଂ ବିଶାଖାପାଟଣାଠାରୁ ଦାନାପୁର ପର୍ଯ୍ୟନ୍ତ ଅତିରିକ୍ତ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଭୁବନେଶ୍ବରରୁ ଧାନବାଦ ଓ ଯଶୱନ୍ତପୁର, ପୁରୀରୁ ପାଟନା ଓ ଜୟନଗର, ନିଜାମୁଦ୍ଦିନ- ଉଦନା ସୁରତ, ଗ୍ବାଲିୟର, କୋଲକାତା, ସାନ୍ତ୍ରାଗାଛି, ସାଲିମାର ଓ ଭଞ୍ଜପୁର ଟ୍ରେନ୍ ଚଳାଚଳ କରିବ। ଏଥିସହ ସମ୍ବଲପୁରରୁ କେରଳର ଇରୋଡ, ବ୍ରହ୍ମପୁରରୁ ମହାରାଷ୍ଟ୍ରର ନାନ୍ଦେଦ, ସିକନ୍ଦରାବାଦ ଏବଂ ସୁରତ ପର୍ଯ୍ୟନ୍ତ ଓ କଟକରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Share This Article