ଚିଲିକା ନଳବଣରେ ଅବାଧ ପ୍ରବେଶ ନେଇ ୧୬ ମତ୍ସ୍ୟଜୀବୀ ଗିରଫ, ୩ ଡଙ୍ଗା ଜବତ

Odisha Hot News
1 Min Read

ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ ହୋଇଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ ଗ୍ରାମର ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେମାନଙ୍କ ନିକଟରୁ ୭୫ ପଟ ଡୁବି ଜାଲ, ୪୭ ଟି ନେଟ ଜାଲ, ୩ଟି ବାଉଁଶ କାତ, ୩ଟି ଥର୍ମ କୁଲ ବାସ୍କ ଓ ୩ଟି ମୋବାଇଲ ଜବତ କରାଯାଇଛି। ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଅବାଧ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି।

Share This Article