ଚାଞ୍ଚଲ୍ୟକର ଘଟଣା, ଭଞ୍ଜନଗରରୁ ଚୋରି ବସ୍ ଛତ୍ରପୁର ଉପକଣ୍ଠରୁ ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ବୁଧବାର ବିଳମ୍ବିତ ରାତିରେ ଭଞ୍ଜନଗର ଠାରୁ ବଦାଙ୍ଗି ଯାଉଥିବା “ମାଁ ଦୂର୍ଗା” ନାମକ ଏକ ଯାତ୍ରୀବାହୀ ବସଟି ନିଖୋଜ ହୋଇଯାଇଥିଲା।  କର୍ମଚାରୀଙ୍କ ଠାରୁ ଖବର ପାଇ ମାଲିକ ବେଣୁ ଗୋପାଳ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଗ୍ରହଣ କରି ବିଭିନ୍ନ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜକୁ ନେଇ ପୋଲିସ ତନାଘନା କରିଥିଲେ ମଧ୍ୟ ସନ୍ଧାନ ମିଳିପାରିନଥିଲା। ତଥାପି କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ବସ୍ ଚଲାଇ ବେଲଗୁଣ୍ଠା ରାସ୍ତାରେ ଯାଉଥିବା ସିସିଟିଭି କ୍ୟାମେରା ଫୁଟେଜରୁ ଜାଣି ପାରିଥିଲେ।

ପରବର୍ତ୍ତୀ ସମୟରେ ପୋଲିସ ଜିଲ୍ଲାୱ୍।ରୀ ଅନୁସନ୍ଧାନ କରି ଜାଣି ପାରିଲେ ଯେ, ଛତ୍ରପୁର ଉପକଣ୍ଠ ଜାତୀୟ ରାଜପଥ ଅଗସ୍ତି ନୁଆ ଗାଁ ନିକଟରେ ଉକ୍ତ ବସ୍ ଛିଡ଼ା ହୋଇଛି। ତତକ୍ଷଣାତ୍ ମାଲିକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ କୁ ଚିହ୍ନଟ କରିଥିଲେ। କିନ୍ତୁ ଗାଡ଼ି ଷ୍ଟାର୍ଟ କରିବା ବେଳେ ଗାଡିରେ ତେଲ ନଥିବାରୁ ଗାଡ଼ି ଚଲାଇବା ସମ୍ଭବ ହୋଇନଥିଲା। ଗାଡିରେ ତେଲ ପକାଇ ପୋଲିସ ଓ ମାଲିକ ବସ୍ କୁ ଭଞ୍ଜନଗର ଆଣିଥିଲେ ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article