ବାଣପୁରରେ ଚୋରୀ ଅଭିଯୋଗ: ଘରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍

Odisha Hot News
1 Min Read

ବାଣପୁର: ବାଣପୁର ଥାନା ଅନ୍ତର୍ଗତ ସାନହନ୍ତୁଆଡ଼ ଗ୍ରାମର ବିଶ୍ୱ ବରାଳଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ମୁତାବକ ସାନହନ୍ତୁଆଡ଼ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଚାଲିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବିଶ୍ୱ ବରାଳଙ୍କ ପରିବାର ଘରେ ତାଲା ପକାଇ ଯାଇଥିଲେ।

ଏହାର ସୁଯୋଗ ନେଇ କେହି ଦୁର୍ବୁର୍ତ୍ତ ଘର କବାଟ ତାଲା ଭାଙ୍ଗି ଘରେ ପଶି ଆଲମାରୀରେ ଥିବା ସୁନା ଅଳଙ୍କାର ଚୋରିକରି ଫେରାର ହୋଇଯାଇଥିଲା। ଗୋଟିଏ ସୁନା ଚେନ, ମଙ୍ଗଳ ସୂତ୍ର, ଦୁଇହଳ କାନଫୁଲ, ଦୁଇପଟ ସୁନା ଚୁଡ଼ି, ଦୁଇହଳ ପାଉଁଜି ସହ ନଗଦ ପାଞ୍ଚ ହଜାର ଟଙ୍କା ଦୁର୍ବୁତ୍ତ ମାନେ ଚୋରିକରି ନେଇଯାଇଥିବା ବିଶ୍ୱ ବରାଳଙ୍କ ପତ୍ନୀ ସୀତା ବରାଳ ଅଭିଯୋଗ କରିଛନ୍ତି।

ବାଣପୁର ଅଂଚଳରେ ଏହିପରି ଘରେ ପଶି ବହୁ ଚୋରି ଘଟଣା ଘଟୁଥିଲେ ମଧ୍ୟ ଚୋର ମାନଙ୍କୁ ଧରିବାରେ ପୋଲିସ ଅସଫଳ ହେଉଥିବା ଦେଖାଯାଇଛି। ତେବେ ବାଣପୁର ଥାନା ଅଧୀନରେ ବାରମ୍ବାର ଚୋରି ହେଉଥିବାରୁ ପାଟ୍ରୋଲିଂ କଡାକଡି କରାଯିବ ବୋଲି ଆଇଆଇସି ରମେଶ କୁମାର ଦେବତା କହିବା ସହ ଆଜି ସାଇଣ୍ଟିଫିକ ଟିମ ପହଂଚି ତନାଘନା ଜାରି ରଖିଛି।

Share This Article