ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ: ପ୍ରାଣ ହରାଇଲେ ପୀଡିତ, ଅଭିଯୁକ୍ତଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ଏବଂ ଆକ୍ରମଣରେ ପ୍ରାଣ ହରାଇଲେ ପୀଡ଼ିତ। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସିଙ୍ଗେଶ୍ୱର ଗ୍ରାମରେ ଘଟଣା ଘଟିଛି।

ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ସିଙ୍ଗେଶ୍ୱର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (୩୪) ଏବଂ ଚନ୍ଦ୍ରଶେଖର ବେହେରା (୪୧) ଙ୍କ ମଧ୍ୟରେ ପୂର୍ବଶତ୍ରୁତା ଲାଗିରହିଥିଲା। ତେବେ ଗତ ମାସ ୨୬ ତାରିଖରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ତେବେ କୃଷ୍ଣଚନ୍ଦ୍ର ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରିଥିଲେ ଫଳରେ ଚନ୍ଦ୍ରଶେଖରଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା। ଏବଂ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଫେରାର ହୋଇଯାଇଥିଲେ।

ସେବେଠାରୁ ଚନ୍ଦ୍ରଶେଖର କଟକ ବଡମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଆଜି ବାଲୁଗାଁ ପୋଲିସ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share This Article