ଝାଡଖଣ୍ଡ ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା, ଓଡିଶାରୁ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ

Odisha Hot News
1 Min Read

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ସମେତ ଚାଲିଶ ଜଣ ରହିଛନ୍ତି। ତେବେ ଏହି ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ଏହି ଦୁଇଜଣ ଝାଡଖଣ୍ଡ ନିର୍ବାଚନର ମୁଖ୍ୟ ଆକର୍ଷଣ ହେବେ।

ଚାଲିଶ ଜଣିଆ ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ସେହିପରି ତୃତୀୟ ରାଜନାଥ ସିଂ ଏବଂ ଚତୁର୍ଥରେ ଅମିତା ଶାହା। ତାପରେ ନୀତିନ ଗଡକରୀ, ଶିବରାଜସିଂ ଚୌହ୍ବାନ ଏବଂ ହେମନ୍ତ ବିଶ୍ବଶର୍ମା ରହିଛନ୍ତି।

ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ 12 ନମ୍ବରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 17 ନମ୍ବରରେ ରହିଛନ୍ତି। ତେବେ ଏହି ତାଲିକାରେ ଆଦିବାସୀ ନେତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଯେପରିକି ଚମ୍ପେଇ ସୋରେନ, ଅର୍ଜ୍ଜୁନ ମୁଣ୍ଡା, ବିଷ୍ଣୁ ଦେଶାଇ ପ୍ରମୁଖ ରହିଛନ୍ତି। ଝାଡଖଣ୍ଡରେ ଆସନ୍ତା ନଭେମ୍ବର 13 ଏବଂ 20 ତାରିଖରେ ନିର୍ବାଚନ ହେବ।

Share This Article