ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା, କହିଲେ ବହୁତ ହୋଇଗଲା

Odisha Hot News
1 Min Read

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଇସ୍କନର ମନମୁଖି କାର୍ଯ୍ୟ ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି।

ଗଜପତି କହିଛନ୍ତି ଯେ, ଇସ୍କନ 1967 ମସିହାରୁ ଏପରି ରଥଯାତ୍ରା କରି ଆସୁଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ବାରମ୍ବାର ଚିଠି ଲେଖି ବିରୋଧ କରିଛି। ରଥଯାତ୍ରା ତିଥୀରେ ରଥଯାତ୍ରା କରିବା  ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ହେଲେ ବାରମ୍ବାର  ତାଗିଦ କରିବା ସତ୍ବେ ସେମାନେ ଶୁଣୁ ନାହାଁନ୍ତି।

ବର୍ତ୍ତମାନ ଆଉ ସେମାନଙ୍କର ଏପରି ନିତିକୁ ବରଦାସ୍ତ କରାଯିବ ନାହିଁ। ଖୁବ ଶିଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର କମିଟ ଅଧ୍ୟକ୍ଷ ଗଜପତି ମହାରାଜା କହିଛନ୍ତି।

ଆନ୍ତର୍ଜାତୀୟ ସ୍ତରର ସଂସ୍ଥା ଇସ୍କନ ତରଫରୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ନଅ ତାରିଖରେ ଆମେରିକାର ହୋଷ୍ଟନ ସହରରେ ଇସ୍କନ ରଥଯାତ୍ରା କରିବା ପାଇଁ ନିଷ୍ପତି କରିଛି। ଯାହାକୁ ନେଇ ତୀବ୍ର ବିରୋଧ ସୃଷ୍ଟି ହୋଇଛି।

ପୂର୍ବରୁ ସେଠାରେ ସ୍ନାନ ଯାତ୍ରା କରିବା ପାଇଁ ଚଳିତ ମାସ ତିନି ତାରିଖରେ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବିରୋଧ ଯୋଗୁଁ ସେମାନେ ସେହି ସ୍ନାନ ଯାତ୍ରାକୁ ସ୍ଥିଗତ ରଖିଛନ୍ତି। ହେଲେ ରଥଯାତ୍ରାକୁ ସେମାନେ ସ୍ଥଗିତ କରି ନାହାଁନ୍ତି। ସେଥିପାଇଁ ଜଗନ୍ନାଥ ପ୍ରେମୀଙ୍କ ତରଫରୁ ଏହାକୁ ବିରୋଧ କରାଯାଉଛି।

Share This Article