ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା, କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା

Odisha Hot News
1 Min Read

ଭୁବନେଶ୍ବର: ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଆଜି ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଏହି ଧାନ କିଣା ପ୍ରଥମେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ୨୩୦୦ ଟଙ୍କା ରହିଛି। ହେଲେ ରାଜ୍ୟ ସରକାର ଇନପୁଟ ସହାୟତା ୮୦୦ ଟଙ୍କା ଦେବେ। ଫଳରେ ଚାଷି ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ।

ସରକାର ଆସିବା ପୂର୍ବରୁ ବିଜେପି ଭୋଟରଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହି ଅନୁସାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚାଷୀମାନେ ୩୧୦୦ ଟଙ୍କାରେ ଧାନ ବିକ୍ରୀ କରିବେ।

Share This Article