ବ୍ରହ୍ମପୁର ମେୟରଙ୍କୁ ହତ୍ୟା ଧମକ, ଟାଉନ ଥାନାରେ ଏତଲା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇଙ୍କୁ ଫୋନ ଜରିଆରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ମିଳିଛି। ହତ୍ୟା ଧମକର ଅଭିଯୁକ୍ତ ଜଣକ ପୁର୍ବତନ ପୌର ନିର୍ବାହୀ ଯନ୍ତ୍ରୀ ଲଳିତ କୁମାର ଦାଶ ବୋଲି ଜଣାପଡିଛି। ଯାହା ଫଳରେ ଧମକର ଶୀକାର ମେୟର ଦଳେଇ ମହାଶୟା ଥାନାର ଦ୍ଵାରସ୍ଥ ହୋଇଛନ୍ତି ଓ ଅଭିଯୋଗ ଗ୍ରହଣ କରି ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଥାନାକୁ ଡାକରା ପଠାଇ ଥିବା ଜଣାପଡିଛି। ଏହି ଭଳି ପରିସ୍ଥିତିରେ ପୌର ନିଗମର ବହୁ କର୍ପୋରେଟର ଦୃଢ଼ ନିନ୍ଦା କରାଯିବା ସହ ଉଚିତ ପଦକ୍ଷେପ ନିମନ୍ତେ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଘଟଣାକୁ ନେଇ ବ୍ରହ୍ମପୁର ଏସ୍ ଡ଼ଃ ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ, ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି ଓ ଘଟଣାର ସତ୍ୟତାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share This Article