ଓଡ଼ିଶା ଫେରୁଥିବା ଶ୍ରମିକଙ୍କୁ ମିଳିବ ରାଶନ: ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର : କରୋନା ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ମଧ୍ୟ କରିଛନ୍ତି। ଏହା ପରେ ଗୁଜୁରାଟର ସୁରଟରୁ ୫ଟି ବସ୍‌ ଯୋଗେ ପ୍ରାୟ ୨୫୦ ଶ୍ରମିକ ଓଡ଼ିଶା ଫେରୁଛନ୍ତ। ତେବେ ଫେରୁଥିବା ଶ୍ରମିକଙ୍କୁ ରାଶନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଯୋଗେ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଶନ କାର୍ଡ ଥାଉ ବା ନ ଥାଉ ଶ୍ରମିକଙ୍କ ପରିବାରକୁ ରାଶନ ଦେବାକୁ ସେ କହିଛନ୍ତି। ଶ୍ରମିକମାନେ ଯେପରି ଅସୁବିଧା ନ ଭୋଗନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share This Article
Leave a Comment