ସାଂସଦ ମୁନ୍ନା ଖାଁ ଙ୍କ ବିସ୍ପୋରକ ବୟାନ, କହିଲେ ୧୪ ବିଜେପି ବିଧାୟକ ବିଜେଡି ସଂପର୍କରେ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଙ୍କ ଏକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ଆଜି ନବରଂଗପୁରରେ ଆୟୋଜିତ ଏକ ବିଜେଡି ପଦଯାତ୍ରାରେ ସେ ଯାହା କହିଲେ ତାହା ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚାରେ ରହିଛି। କାରଣ ତାଙ୍କର ଏପରି ବୟାନ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି।

ଏହି ପଦଯାତ୍ରାରେ ମୁନ୍ନା ଖାଁ କହିଛନ୍ତି ଯେ, ବିଜେପିର ୧୪ ବିଧାୟକ ବର୍ତ୍ତମାନ ବିଜେଡି ସଂପର୍କରେ ଅଛନ୍ତି। ସେମାନେ ଖୁବ ଶିଘ୍ର ବିଜେଡିରେ ଯୋଗଦେବେ। ଫଳରେ ବିଜେଡି ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ତେବେ ବିଜେଡି ଶହେ ଆସନ ହାସଲ କରିବ। ସେହିପରି ସେ କହିଥିଲେ ଯେ, ବର୍ତ୍ତମାନ ପଞ୍ଚାୟତ ଏବଂ ପୌର ସଂସ୍ଥାରେ ବିଜେଡି ନବେ ପ୍ରତିଶତ ପ୍ରତିନିଧି ଅଛନ୍ତି। ତେଣୁ ବିଜେଡି ଏଥରି ନିଶ୍ଚିତ ସଫଳତା ହାସଲ କରିବ ବୋଲି ସେ କହିଥିଲେ।

Share This Article