ସାହିତ୍ୟ ସାଧକ ଅବଧୂତ ବିଶ୍ବାଳଙ୍କ ପରଲୋକ

Odisha Hot News
1 Min Read

ରେଢାଖୋଲ (କନ୍ଦର୍ପ ବେହେରା): ବରିଷ୍ଠ ନାଗରିକ ତଥା ରେଢାଖୋଲ ଅଞ୍ଚଳର କବି ତଥା ନାଟ୍ୟ ନିର୍ଦ୍ଦେଶକ ଅବଧୂତ ବିଶ୍ବାଳଙ୍କ ଆଜି ପ୍ରାତଃ ସମୟରେ ବୁର୍ଲା ଠାରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ସାନପୁଅ ଅଧ୍ୟାପକ ଅଖିଳ ବିଶ୍ବାଳଙ୍କ ସମ୍ବଲପୁର ସ୍ଥିତ ବାସ ଭବନରେ ରହି ଚିକିତ୍ସିତ ହେଇଥିଲେ। ତାଙ୍କ ବଡ ପୁଅ ବଲାଙ୍ଗୀରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ଅବସ୍ଥାପିତ।

ସ୍ବର୍ଗତ ବିଶ୍ବାଳ ମଧୁବନ ସାହିତ୍ୟ ସଂସଦର ପୁର୍ବତନ ସଭାପତି, ନାକଟିଦେଉଳ ମହାବିଦ୍ୟାଳୟ ପରିଚାଳନା କମିଟିର ପୁର୍ବତନ ସଭାପତି ଓ ସରାପାଲି ଉଚ୍ଚ ବିଦ୍ୟାଳୟର ପୁର୍ବତନ ମୁଖ୍ୟ ଲିପିକାର ଥିଲେ। ସେ ଜଣେ ସଂଗୀତ ନିର୍ଦ୍ଦେଶକ, ଭାଗବତ ପ୍ରେମୀ ଭାବରେ ପରିଚିତ ହେବା ସହିତ କୁଞ୍ଜବନ ଯଜ୍ଞର ପୁରୋଧ ଥିଲେ। ସେ ଗୀତାକୁ ଛନ୍ଦ ଭାବରେ ଲେଖି ପ୍ରକାଶିତ କରିଥିଲେ। ତାଙ୍କ ବିୟୋଗରେ ନାକଟିଦେଉଳ ମହାବିଦ୍ୟାଳୟ, ସରାପାଲି ଉଚ୍ଚ ବିଦ୍ୟାଳୟ, ଗ୍ରାମ ମଙ୍ଗଳ ଯୁବକ ସଂଘ ଓ ମହୁକୁଦ ଗ୍ରାମ କମିଟି ତରଫରୁ ଶୋକସଭା କରାଯାଇଥିଲା।

ସ୍ବର୍ଗତ ବିଶ୍ବାଳଙ୍କ ଦୁଇ ପୁଅ ବୋହୁ, ଦୁଇ ଝିଅ ଜ୍ବାଇଁ ଓ ଛଅ ଜଣ ନାତି ନାତୁଣି ଅଛନ୍ତି।  ଅବଧୂତ ବିଶ୍ବାଳଙ୍କ ବିୟୋଗରେ ସମଗ୍ର ସମ୍ବଲପୁର ଜିଲ୍ଲା ତଥା ରେଢାଖୋଲ ସବଡିଭିଜନ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share This Article