ଅପରାଧୀକ ଷଡ଼ଯନ୍ତ୍ର ମାମଲା: ଅଭିଯୁକ୍ତ ବିଧାୟକ ରମେଶ ଜେନାଙ୍କ ସମେତ ୯ ନିର୍ଦ୍ଦୋଷରେ ଖଲାସ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୧୪ ଅକ୍ଟୋବର ମାସରେ ସାନଖେମୁଣ୍ଡି ବ୍ଳକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଗଣ୍ଡଗୋଳର ସୁଚନା ପାଇ ପାଟପୁର ଥାନା ପୋଲିସ୍ ଗମ୍ଭାରିଡା ଗ୍ରାମକୁ ଘେରାଉ କରି ରଖିଥିଲା। ଏହି ସମୟରେ ଗୋଟିଏ ସ୍କର୍ପିଓ ଗାଡ଼ି ସେହି ରାସ୍ତାଦେଇ ଗଲାବେଳେ ସନ୍ଦେହ ପ୍ରକଟ କରି ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କଲା ବେଳେ ସେହି ଗାଡ଼ି ଭିତରୁ ବୋମା, ଖଣ୍ଡା, ଠେଙ୍ଗା ଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହ ୮ ଜଣ ଯୁବକଙ୍କୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

ସେମାନେ ତତ୍କାଳୀନ ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶନାରେ ଗଣ୍ଡଗୋଳ ଘଟାଇବା ପାଇଁ ଆସିଥିଲେ ବୋଲି ବୟାନ ଦେଇଥିଲେ। ଅଟକ ଯୁବକ ମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ଉକ୍ତ ଯୁବକ ମାନଙ୍କ ସହ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଜିଲ୍ଲା ଅଦାଲତରେ ବିଚାରଣା ଚାଲିଥିଲା ଓ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅତିରିକ୍ତ ଜିଲ୍ଳା ଜଜ୍ ୩ ବିଧାୟକ ରମେଶ ଜେନାଙ୍କ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Share This Article