ଢେଙ୍କାନାଳ ରାଜନୀତି: ୨୪ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା

Odisha Hot News
1 Min Read

ଢେଙ୍କାନାଳ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ବିଜେପିରେ ସାମିଲ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଗଁଦିଆ ବ୍ଲକର ପ୍ରାୟ ୨୪ ଜଣ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ସାମିଲି ହୋଇଛନ୍ତି।  ଏମାନେ ସମସ୍ତେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ଥିଲେ।

ରୀନାରାଣୀଙ୍କ ସମର୍ଥକଙ୍କ କହିବା ଅନୁସାରେ ଢେଙ୍କାନାଳରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲ କୌଣସି ସହଯୋଗ କରୁ ନାହାଁନ୍ତି। ଫଳରେ ବହୁ ବିଜେଡି ନେତା ତଥା ନିର୍ବାଚିତ ପ୍ରତିନିଧି ତାଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଯାହାର ଫଳ ସୂରୂପ ଆଜି ବିଜେଡିର ଏକ ବଡ ସଂଗଠନ ବିଜେପିରେ ସାମିଲ ହୋଇଛନ୍ତି। ପରବର୍ତ୍ତି ସମୟରେ ଢେଙ୍କାନାଳର ବହୁ ନେତା ତଥା ନିର୍ବାଚିତ ପ୍ରତିନିଧି ଦଳ ଛାଡିବେ ବୋଲି ଶୁଣାଯାଇଛି।

Share This Article