ଆଜି ହେଉଛି ଧନତେରାସ୍, ସୁନା ଦର ଜାଣିଲେ ହେବେ ଆଶ୍ଚର୍ଯ୍ୟ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ଧନତେରାସ। ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି ତାହା ଲୋକଙ୍କୁ ହତାସ କରିଦେଇଛି। କାରଣ ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୧୭ ହଜାର ଟଙ୍କା ଅଧିକ ରହିଛି।

ବିଭିନ୍ନ ସୁନା ଗହଣା ନିର୍ମାତାଙ୍କ ତଥ୍ୟ ଅନୁସାରେ ଆଜି ଭୁବନେଶ୍ବରରେ ଯେଉଁ ଦର ରହିଛି ତାହା ହେଲା ୨୨ କ୍ୟାରେଟ୍‌ ସୁନା ଦାମ ଆଜି ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୪ କ୍ୟାରେଟ୍‌ ବା ଖାଣ୍ଟି ସୁନା ଦାମ ୮୦ ହଜାର ୪୫୦ ଟଙ୍କା ରହିଛି। ଫଳରେ ଅନେକ ଗ୍ରାହକ କେବଳ ବିଧି ଅନୁସାରେ ଅଳ୍ପ ସୁନା କିଣି ନିଜର ଇଚ୍ଛା ପୁରଣ କରୁଛନ୍ତି।

Share This Article