୧ ଲକ୍ଷ ମହିଳା ଓ ଶିଶୁଙ୍କ ପାଇଁ ମାଗଣା ପରୀକ୍ଷା ଏବଂ ଚିକିତ୍ସା ସୁବିଧା ଘୋଷଣା କଲେ ନୀତା ଅମ୍ବାନୀ

Odisha Hot News
1 Min Read

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍ ଅମ୍ବାନୀ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଦଶମ ବାର୍ଷିକୀ ପାଳନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ ଘୋଷଣା କରଛନ୍ତି। ଏହି ଯୋଜନାରେ ୫୦,୦୦୦ ପିଲାଙ୍କ ପାଇଁ ଜନ୍ମଗତ ହୃଦରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା, ୫୦,୦୦୦ ମହିଳାଙ୍କ ପାଇଁ ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗର ମାଗଣା ସ୍କ୍ରିନିଂ ଓ ଚିକିତ୍ସା ଏବଂ ୧୦,୦୦୦ ବାଳିକାଙ୍କ ପାଇଁ ମାଗଣା ଗର୍ଭାଶୟ କର୍କଟ ଟୀକାକରଣ ଅନ୍ତର୍ଭୁକ୍ତ।

ନୀତା ଅମ୍ବାନୀ କହିଛନ୍ତି, “ଆମର ଉଦ୍ୟମ ହେଉଛି ଯେ, ପ୍ରତ୍ୟେକ ଭାରତୀୟ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧାଜନକ ଏବଂ ସୁଲଭ ମୂଲ୍ୟରେ ପାଇପାରିବେ। ଏଥିସହିତ ଆମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛୁ ଏବଂ ଅସଂଖ୍ୟ ପରିବାରକୁ ଆଶା ପ୍ରଦାନ କରିଛୁ। ଆମେ ଦଶମ ବାର୍ଷିକୀ ପାଳନ କରୁଥିବା ବେଳେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସମୁଦାୟର ଶିଶୁ ଏବଂ ମହିଳାମାନଙ୍କ ପାଇଁ ଏକ ନୂତନ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା ଆରମ୍ଭ କରିଛୁ।”

ଗତ ଦଶ ବର୍ଷ ମଧ୍ୟରେ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦେଢ଼ ଲକ୍ଷରୁ ଅଧିକ ପିଲାଙ୍କ ସମେତ ୨୭.୫ ଲକ୍ଷ ଭାରତୀୟଙ୍କ ଜୀବନକୁ ଛୁଇଁଛି। ଏହି ଅବଧି ମଧ୍ୟରେ ଏହି ଡାକ୍ତରଖାନା ୫୦୦ ରୁ ଅଧିକ ଅଙ୍ଗ ପ୍ରତିରୋପଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ୬ ଟି ଅଙ୍ଗ ପ୍ରତିରୋପଣ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି।

Share This Article