ଭୁବନେଶ୍ବରରେ ବାଘ !!! ଖୋଜିବା ପାଇଁ ପହଞ୍ଚିଲେ ବନ ବିଭାଗ ଏବଂ ପୋଲିସ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବର କଲରାପତରିଆ ବାଘ। ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଆତଙ୍କ ଖେଳିଯାଇଛି। ଭୁବନେଶ୍ବରର ଭିଆଇପିମାନେ ଆତଯାତ କରୁଥିବା ଏୟାରପୋର୍ଟ ଅଞ୍ଚଳରେ ଏହି ବାଘ ଅଛି ବୋଲି ବର୍ତ୍ତମାନ ଖୋଜାଖୋଜି ଚାଲିଛି। ସେହି ଭିତରେ ଥିବା ଛୋଟ ଜଙ୍ଗଲ ଭିତରେ ବାଘ କେଉଁଠି ଲୁଚିଥିବାର ସନ୍ଦେହ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ ବାଘର କୌଣସି ପତ୍ତା ମିଲିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏୟାରପୋର୍ଟ ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ଏୟାରପୋର୍ଟ ପାଚେରୀ କଡରେ ଯାଉଥିବାର ଲକ୍ଷ୍ୟ କଲେ। ସେହି ପାଚେରୀକୁ ଲାଗି ଜଣେ ମହିଳା ଛିଡା ହୋଇଥିଲେ। ସେ ତାଙ୍କୁ ବଡପାଟିରେ ବାଘବାଘ ବୋଲି ଚିତ୍କାର କଲେ। ସେହି ମହିଳା ମଧ୍ୟ ବାଘ ଦେଖି ଦୌଉଡିଲେ। ଉଭୟ ଏକ ଛୋଟ କଲପତରିଆ ବାଘ ଦେଖିଛନ୍ତି ବୋଲି ସ୍ବୀକାର କରୁଛନ୍ତି।

ଏହି ଖବର ଜଣାପଡିବା ପରେ ବନ ବିଭାଗ ଏବଂ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପରିକି ଏୟାରପୋର୍ଟ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ସମସ୍ତେ ସେହି ଦୁଇ ମହିଳାଙ୍କ କଥା ଅନୁସାରେ ଖୋଜାଖୋଜି ଜାରୀ ରଖିଛନ୍ତି। ବନ ବିଭାଗ କର୍ମଚାରୀମାନେ ବାଘର ପାଦ ଚିହ୍ନ ଖୋଜିବାରେ ଲାଗିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବାଘ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Share This Article