ବାଣପୁର କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ବେଆଇନ ବାଘଛାଲ କାରାବାର ସଂପୃକ୍ତ ଅଭିଯୁକ୍ତ

Odisha Hot News
1 Min Read

ବାଣପୁର( ସୀତାରାମ ଅଗ୍ରୱାଲ): ବେଆଇନ ବାଘଛାଲ ଜବତ ଅଭିଯୋଗରେ ୩ ବର୍ଷ ପୂର୍ବେ ଏସଟିଏଫ ଭୁବନେଶ୍ୱର ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତ ପଦ୍ମପୁର ଗ୍ରାମର ରତ୍ନାକର ସାହୁ ଦୋଷୀ ସାବ୍ୟସ୍ତ ହେବାରୁ ଆଜି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପରି ସ୍ନାତକୀ ଦାସ ଅଭିଯୁକ୍ତଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାର ରାୟ ଶୁଣାଇଛନ୍ତି।

ସୂଚନା ମୁତାବକ ୨୦୨୧ ଡିସେମ୍ବର ୨୯ ରେ ବେଆଇନ ବାଘଛାଲ ଚାଲାଣ ଅଭିଯୋଗରେ ଗମ୍ଭାରୀମୁଣ୍ଡା ରୋଡରୁ ଅଭିଯୁକ୍ତ ରତ୍ନାକରଙ୍କୁ ଏସଟିଏଫ ଭୁବନେଶ୍ୱର ବାଘଚାଲ ସହ ଗିରଫ କରିଥିଲା। ଉକ୍ତ ମାମଲାର ଶୁଣାଣି ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଜାରି ରହିଥିବା ବେଳେ ୧୦ ଜଣ ସାକ୍ଷୀ ଏବଂ ୨୪ ଗୋଟି ଦସ୍ତାବିଜ ବଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉକ୍ତ ମାମଲାର ତଦନ୍ତକାରୀ ଅଧିକାରି ଇନ୍ସପେକ୍ଟର ଦିପ୍ତୀରଞ୍ଜନ ପ୍ରଧାନ ଥିବାବେଳେ ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରାଚୀପ୍ରଭା ନନ୍ଦ ଓ ଜଳଧର ପ୍ରଧାନ ମାମଲାକୁ ପରିଚାଳନା କରୁଥିଲେ।

Share This Article