ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଦେଲେ ସରକାର, ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବହିସ୍କାର

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜି ସରକାର ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଦେଇଛନ୍ତି। ଏହାର ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କୁ ସରକାର ବହିସ୍କାର କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ନୋଟିସ ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଏବଂ ସବୁ ସଦସ୍ୟାକୁ ବହିସ୍କାର କରାଗଲା।

ନିକଟରେ ରାଜ୍ୟ ସରକାର ବିଭିନ୍ନ ନିଗମ ତଥା କମିଶନ ଅଫିସରେ ନୂଆ ନିଯୁକ୍ତି ପ୍ରଦାନ କରିବେ। ସେ ନେଇ ଏବେଠାରୁ ଏପରି ରାସ୍ତା ସଫା କାମ ଆରମ୍ଭ ହୋଇଯାଇଛି। କେତେକ ନିଗମରୁ ଅଧ୍ୟକ୍ଷ ତଥା ସଦସ୍ୟ ସେଚ୍ଛାକୃତ ଭାବେ ଇସ୍ତଫା ଦେଇସାରିଛନ୍ତି। ହେଲେ କେତେକ କମିଶନ ଅଫିସରେ ତାହା କରାଯାଇ ନାହିଁ। ଫଳରେ ସେଗୁଡିକ ସରକାର ଭାଙ୍ଗିବାରେ ଲାଗିଛନ୍ତି।

Share This Article