Cyclone Dane Update: ସ୍ଥଳଭାଗକୁ ସ୍ପର୍ଶ କଲା ବାତ୍ୟାର ବାହାର ଅଂଶ, ପାଣିପାଗ ବିଭାଗର ସୂଚନା

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନାର ବର୍ତ୍ତମାନ ବାହାର ଭାଗ ବା ଅଂଶ ସ୍ଥଳ ଭାଗ ଛୁଇଁଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ବାତ୍ୟାର ଆଖି ହେଉଛି ଏହାର କେନ୍ଦ୍ରସ୍ଥଳ। ଏହି ଆଖିଠାରୁ ପ୍ରାୟ 500ରୁ 600 କିଲୋମିଟର ପର୍ଯ୍ୟନ୍ତ ତାହାର ବାହାର ଅଂଶ ରହିଥାଏ। ସେହି ଅଂଶ ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଲାଣି ବୋଲି ସେ କହିଛନ୍ତି।

ଏହାର ପ୍ରଭାବରେ ବର୍ତ୍ତମାନ ପାରାଦୀପ, ଜଗତସିଂହପୁର, ଧାମରା, ଭଦ୍ରକ ପରି ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏଥିସହିତ ହାଲକା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ଧିରେଧିରେ ବାତ୍ୟାର ଅନ୍ୟ ଅଂଶ ସ୍ଥଳଭାଗ ଆଡକୁ ଆସିବା ପରେ ଏହି ବର୍ଷାର ପରିମାଣ ବଢିବାରେ ଲାଗିବ। ବାତ୍ୟାର ଆଖି ଆସନ୍ତାକାଲି ରାତିରେ କିମ୍ବା ଶୁକ୍ରବାର ଭୋରରୁ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ଦାନା ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ କହିଛି।

Share This Article