Cyclone Big Breaking: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ, ସଜାଗ ରୁହ……

Odisha Hot News
1 Min Read

ଭୁବନେଶ୍ବର: ଆଜି ବାତ୍ୟାରେ ପରିଣତ ହୋଇଛି ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଅବପାତ। ପାରଦ୍ବୀପ ରାଡରେ ଏହା ବାତ୍ୟା ହେଲା ବୋଲି ସ୍ପଷ୍ଟ ହୋଇଛି। ଏହା ବର୍ତ୍ତମାନ ପାରାଦ୍ବୀପଠାରୁ 560 କିଲୋମିଟର ଦୂରରେ ରହିଛି। ସେହିପରି ସାଗରଦ୍ବୀପ ଠାରୁ ଏହା 630 କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟା ପ୍ରତି 18 କିଲୋମିଟର ବେଗର ଗତିକରୁଛି ବୋଲି ଜଣାପଡିଛି।

ଏହି ଦାନା ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ 100 ରୁ 110 କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ବାତ୍ୟା ଦାନା 23 ତାରିଖରେ ବାତ୍ୟା ରୂପ ନେବ। ଏହାପରେ 24 ତାରିଖରେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ କୌଣସି ସ୍ଥାନରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ କହିଛି।

Share This Article