Train Cancelled for Cyclone: ବାତ୍ୟା ପାଇଁ ୧୨୪ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଳ ବିଭାଗ

Odisha Hot News
1 Min Read

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ନେଇ ପୂର୍ବତଟ ରେଳ ୧୨୪ଟି ଟ୍ରନକୁ ବାତିଲ କରିଛି। ଏ ନେଇ ଖୋର୍ଦ୍ଧା ଡିଆରମ ଅଫିସରୁ ବିଜ୍ଞପ୍ତି ପ୍ରକାଶ କରିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଯେଉଁ ଟ୍ରେନଗୁଡିକ ବାତିଲ ହୋଇଛି ତାହାର ତାଲିକା ରେଳ ବିଭାଗ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛି। ତାହା ହେଲା

ତେବେ ବାତ୍ୟା ପରେ କିପରି ରେଳ ଲାଇନ ସଜଡା ଯିବ ସେ ନେଇ ମଧ୍ୟ ପୂର୍ବତଟ ରେଳବାଇ ଏକ ବୈଠକ କରିଛି। ମୁଖ୍ୟତଃ ଭୁବନେଶ୍ବର ବିଶାଖପାଟନାମ ପର୍ଯ୍ୟନ୍ତ ରେଳ ଧାରଣ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିଷ୍ପତି କରାଯାଇଛି। ଏପରି କ୍ଷେତ୍ରରେ ଯାତ୍ରୀମାନେ ରେଳବାଇକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Share This Article