ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

Odisha Hot News
1 Min Read

ଖୋର୍ଦ୍ଧା: ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ, କୃଷି, ସଂସ୍କୃତି, ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା ସୂଚନା ଅଧିକାରୀ ଉପସ୍ଥିତ ଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ  ମେଳା କୁ ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳନ କରୁଥିବା ଚାଷୀ ଙ୍କ ସଚେତନତା ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା।ଆସନ୍ତା ନଭେମ୍ବର ମାସ ୨୦ ଓ ୨୧ତାରିଖ ଦିନ ହାଭେଳି ପଡିଆ ଠାରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା।

Share This Article