ଆସୁଛି ବାତ୍ୟା ଦାନା….ଆଜି ସକାଳ ୫ ଟା ୩୦ ରେ ସୃଷ୍ଟି ହେଲା ଲଘୁଚାପ

Odisha Hot News
1 Min Read

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା। ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୫ ଟା ୩୦ ମିନିଟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଅବପାତ ଏବଂ ବୁଧବାର ଦିନ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ନାମ ଦାନା କରାଯାଇଛି।

ବର୍ତ୍ତମାନ ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଏକ ଅବପାତ ଏବଂ ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗଳାର ପୂର୍ବ କେନ୍ଦ୍ରୀୟ  ଉପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ସ୍ପର୍ଶ କରିବ।

Share This Article