ଜଟଣୀରେ ହେବ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା କେନ୍ଦ୍ର, ଅପରାଜିତା ଷଡଙ୍ଗୀ ଦେଲେ ସୂଚନା

Odisha Hot News
1 Min Read

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବରର ଜଟଣୀରେ ହେବ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା କେନ୍ଦ୍ର। ଭିଡିଓ କନଫ୍ରେସିଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆସନ୍ତା 29 ତାରିଖରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହେବ ବୋଲି ଅପରାଜିତା ଷଡଙ୍ଗୀ।

ଏ ନେଇ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ସେଥିପାଇଁ ଅପରାଜିତା ତାଙ୍କୁ ଏହି ନିଷ୍ପତି ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଅପରାଜିତା ଏହି କାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି।

Share This Article