ପ୍ରକାଶ ପାଇଲା ଓଏଏସ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲା ଟପର

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଫଳ। ଏଥିରେ ୬୮୩  ଜଣ କୃତ କାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏଥିରେ ପ୍ରଥମ ଦଶ ଜଣ ମଧ୍ୟରେ ୫ଜଣ ମହିଳା ଓ ୫ ପୁରୁଷ ଥିବାର ଜଣାପଡିଛି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍‌ ଟପ୍ପର ହୋଇଛନ୍ତି।

ସେହିପରି ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।

 

Share This Article