ବିଜେଡିର କାରଣଦର୍ଶା ନୋଟିସର ଉତ୍ତର ରଖିଲେ କରର୍ପୋରେଟର ବାଇଁଆ ଓ ଲିଟୁ

Odisha Hot News
1 Min Read

ଭୁବନେଶ୍ବର: ବିଜେଡି ତରଫରୁ ଜାରୀ ହୋଇଥିବା କାରଣଦର୍ଶା ନୋଟିସର ଜବାବ ରଖିଛନ୍ତି ଅମେରଶ ଜେନା ବା ବାଇଁଆ ଏବଂ ଲିଟୁ ବା ବିରଞ୍ଚି ନାରାୟଣ ମହାସୂପକାର। ଉଭୟଙ୍କୁ ଦଳ ତରଫରୁ ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନୋଟିସ ଜାରୀ କରିଥିଲେ। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦଳ ଭିତରେ ଉଭୟ କାହିଁକି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ତାହାର ଜବାବ 15 ଦିନ ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।

ତେବେ ଏହାର ଉତ୍ତରେ ଉଭୟ ଯାହା ଲେଖିଛନ୍ତି ତାହା ଦଳ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଉଭୟ ତାଙ୍କ ଉତ୍ତରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ନୁହେଁ ବରଂ ଅନ୍ୟମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ମୁଖ୍ୟତଃ ଅଶୋକ ପଣ୍ଡାଙ୍କୁ ଇଙ୍ଗିତ କରି ସେମାନେ ଏହି ଉତ୍ତର ଲେଖିଛନ୍ତି। ତେବେ ଏହା ଉପରେ ଦଳ କଣ ପଦକ୍ଷେପ ନେବା ତାହା ଜଣାପଡି ନାହିଁ।

Share This Article