ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଚିନ୍ତା ନାହିଁ, ଆପଣଙ୍କ ପାଖକୁ ଯିବ ଫୋନ କଲ

Odisha Hot News
1 Min Read

ଭୁବନେଶ୍ବର: ଆପଣ ସୁଭଦ୍ରା ଯୋଜନା ଆବେଦନରେ ଯଦି ଭୁଲ କରିଛନ୍ତି ତେବେ ଖୁବ ଶିଘ୍ର ଆପଣଙ୍କ ପାଖକୁ ଫୋନ କଲ ଯିବ। ଏ କଥା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅନେକ ଆବେଦନ ବେଳେ ଭୁଲ କରିଦେଇଥାନ୍ତି। ତାହା ସବୁ ଯାଞ୍ଚ ହେଉଛି। ତାହା କେଉଁ ପ୍ରକାରର ଭୁଲ ଅନୁଧ୍ୟାନ କରି ତାଙ୍କ ପାଖକୁ ଫୋନ କଲ ଯିବ।

କେବଳ ସେତିକି ନୁହେଁ ଅଙ୍ଗନବାଡି କର୍ମୀମାନେ ଘରକୁଘର ବୁଲି ତାହାର ସଂଶୋଧନ ମଧ୍ୟ କରିବେ। ଶେଷ ଆବେଦନକାରୀଙ୍କ ନିକଟକୁ ଟଙ୍କା ପଠାଯିବା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରୀ ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା 1 କୋଟି 60 ହଜାର ମହିଳା ଆବେଦନ କରିସାରିଲେଣି। ସମସ୍ତ ଯାଞ୍ଚ ସରିବା ପରେ ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Share This Article