ସୁଭଦ୍ରା ଯୋଜନାରେ ଯେଉଁମାନେ ଟଙ୍କା ପାଇ ନାହାଁନ୍ତି ସେମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ…

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ଆଉ ଏକ ବଡ ଖବର। ତାହା ହେଲା ଯେ, ଯେଉଁମାନେ ସୁଭଦ୍ରା ଟଙ୍କା ପାଇ ନାହାଁନ୍ତି ସେମାନେ କଣ କରିବେ। ସେମାନେ ଆଉ ଟଙ୍କା ପାଇବେ କି ନାହିଁ। ସେ ନେଇ ଅନେକ ଦ୍ବନ୍ଦରେ ରହିଛନ୍ତି। ତେବେ ଏହି ଦ୍ବନ୍ଦକୁ ଦୂରକରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଏ ନେଇ ଆଜି ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନଙ୍କୁ ଅସ୍ବସ୍ଥି ଖବର ଦେଇଛନ୍ତି।

ପ୍ରଭାତୀ କହିଛନ୍ତି ଯେ, ଯେଉଁମାନେ ଆବେଦନ କରିଛନ୍ତି ଅଥଚ ଟଙ୍କା ଯାଇ ନାହିଁ ସେମାନେ କୌଣସି ବ୍ୟସ୍ତ ହେବାର ନାହିଁ। ସେମାନଙ୍କ ଆବେଦନରେ କିଛି ତ୍ରୁଟି ରହିଥିବ। ତାହା ବର୍ତ୍ତମାନ ଯାଞ୍ଚ ଚାଲିଛି। ଯେଉଁମାନଙ୍କର ଆବେଦନରେ ତ୍ରୁଟି ପରିଲକ୍ଷିତ ହେବ ସେମାନଙ୍କ ପାଖକୁ ଫୋନ କଲ ଯିବ। ସେହି ତ୍ରୁଟିକୁ ସୁଧାରିବା ପାଇଁ ଫୋନ କଲ ହେଉ କିମ୍ବା ଅଙ୍ଗନବାଡି କର୍ମି ଘରକୁ ଘର ଯାଇ ଯାଞ୍ଚ କରିବେ।

ପ୍ରଭାତୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ଯୋଜନା ପାଇଁ ଟଙ୍କାର ଅଭାବ ନାହିଁ। ଶେଷ ସୁଭଦ୍ରା ହାତାଧିକାରୀଙ୍କ ପାଖକୁ ଟଙ୍କା ଯିବା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରୀ ରହିବ।

Share This Article