ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଘରୋଇ ଶିକ୍ଷକ ଗିରଫ

Odisha Hot News
1 Min Read

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଘରୋଇ ଶିକ୍ଷକ ଗିରଫ ହୋଇଛନ୍ତି। ପୋଲିସ ସୂଚନା ମୁତାବକ ନାଚୁଣୀ ଥାନା ଅଞ୍ଚଳରେ ଲିଙ୍ଗରାଜ ମୁଦୁଲି ନାମକ ଜଣେ ଘରୋଇ ଶିକ୍ଷକ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦିଷ୍ଟ ସ୍ଥାନରେ ପ୍ରତିଦିନ ଟ୍ୟୁସନ କରିଥାନ୍ତି।

ତେବେ ଗତ ୫ ତାରିଖ ଦିନ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପରୀକ୍ଷାରେ ପାସ କରାଇଦେବା ନାମରେ ତାଙ୍କୁ ଦୁଷ୍କର୍ମ କରିଥିବାର ପୀଡ଼ିତା ଛାତ୍ରୀଙ୍କ ପରିବାରବର୍ଗ ଆଜି ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ପୋକସୋ ଆଇନ ଅନୁଯାୟୀ କେସ ନମ୍ବର 327/24 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଘରୋଇ ଶିକ୍ଷକ ଲିଙ୍ଗରାଜ ମୁଦୁଲିଙ୍କୁ ଗିରଫ କରିଛି।

Share This Article