ଅଡୁଆରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ଣଣ ବାଗ୍, ହରାଇପାରନ୍ତି ବିଧାନସଭା ସଭ୍ୟପଦ !!!

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ନବୀନ ପଟ୍ଟନାୟକଙ୍କୁ ହରାଇଥିବା କାଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍। କାରଣ ନିର୍ବାଚନ ଅନିମୟିତତା ମାମଲାରେ ଓଡିଶା ହାଇକୋର୍ଟରେ ସେ ଯେଉଁ ପକ୍ଷ ରଖିବା କଥା ସେହି ସୁଯୋଗ ହରାଇ ବସିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କୁ ତିନିଥର ନୋଟିସ ଜାରୀ କରିଛି। ହେଲେ ସେ ଏହି ନୋଟିସକୁ ଗ୍ରହଣ କଲେ ନାହିଁ କି ତାଙ୍କର ପକ୍ଷ ରଖିଲେ ନାହିଁ। ଫଳରେ ଗତକାଲି କୋର୍ଟ ତାଙ୍କର ପକ୍ଷ ରଖିବା ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ଜଣାଦେଇଛନ୍ତି।

ଲକ୍ଷ୍ମଣ ବାଗ୍ ଗତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖ କରିଛନ୍ତି ବୋଲି କଣ୍ଟାବାଞ୍ଜିର ଜଣେ ଭୋଟର ଗିରିରାଜ ସିଂ ମାଝୀ କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ କୋର୍ଟ ଗ୍ରହଣ କରି ବିଧାୟକ ପକ୍ଷ ରଖିବା ପାଇଁ ନୋଟିସ ଜାରୀ କରିଥିଲେ। ତିନି ଥର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଲକ୍ଷ୍ଣଣ ବାଗ କୋର୍ଟରେ ପକ୍ଷ ରଖି ନ ଥିଲେ। ଫଳରେ କୋର୍ଟା ବାଧ୍ୟ ହୋଇ ତାଙ୍କର ପକ୍ଷ ରଖିବା ସୁଯୋଗକୁ କାଟି ଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ନଭେମ୍ବର ୧୮ ତାରିଖରେ ହେବ। ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର, କାରଣ ଲକ୍ଷ୍ମଣ ବାଗ୍ ହୁଏତ ସଭ୍ୟପଦ ହରାଇ ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Share This Article