୮ ଟି ମୋଟରସାଇକେଲ ଉଦ୍ଧାର ଓ ଦୁଇ ଅଭିଯୁକ୍ତ ଗିରଫ:

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବିଗତ ଦିନରେ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଗଜପତି ନଗର, ବଡ ଡାକ୍ତରଖାନା ପରିସର ଓ ବିଭିନ୍ନ ଅଂଚଳରୁ ମୋଟରସାଇକେଲ ଚୋରି ହୋଇଥିବା ଅଭିଯୋଗକୁ ଗ୍ରହଣ କରି ପୋଲିସ ଗୁପ୍ତ ଭାବେ ତଦନ୍ତ ଚଳାଇ ସଫଳତା ପାଇଛି।

ଏହି ଘଟଣାରେ ପୋଲିସ ୮ ଟି ମୋଟରସାଇକେଲ ଉଦ୍ଧାର କରି ପ୍ରକୃତ ଗାଡ଼ି ମାଲିକଙ୍କ ଠାରୁ ପ୍ରମାଣ ରଖି ଗାଡ଼ି ଫେରସ୍ତ କରାଯାଇଛି ଓ ୨ ଅଭିଯୁକ୍ତ ପୁରୀ ଜିଲ୍ଲାର ଦେବ ନାୟକ ଗୋଇଲୁଣ୍ଡି ଅଞ୍ଚଳର ପ୍ରଭାକର ମହାରଣାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଏସ୍ ପି ଡଃ ଶ୍ରବଣ ବିବେକ ଏମ୍ ଗାଡ଼ି ମାଲିକମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡ଼ାକି ଗାଡ଼ି ଫେରସ୍ତ କରିଛନ୍ତି। ଏହି ସମୟରେ ବ୍ରହ୍ମପୁର ଟାଉନ ଏସ୍ ଡି ପି ଓ ବୈଦ୍ୟନାଥ ପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Share This Article