୩ ଆନ୍ତଃ ରାଜ୍ୟ ଚୋର ଗିରଫ: ବହୁ ପରିମାଣର ରୁପା ଓ ନଗଦ ଟଙ୍କା ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ମାସରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟା ବେଞ୍ଚ ଛକରେ ଅବସ୍ଥିତ ଶ୍ରୀ ଅଳଙ୍କାର ଦୋକାନରୁ ଲୁଟ ହୋଇଥିଲା। ଏହି ଘଟଣାରେ ଅନୁସନ୍ଧାନ ଚଳାଇ ପୋଲିସ ପୁର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଆଉ ୩ ଜଣ ବାହାର ରାଜ୍ୟର ଲୁଟେରା ଯଥା ସଞ୍ଜୟ ଗିଲଦୟାଲ, ହିମାଂଶୁ ବର୍ମା ଓ ୱାହାଜୁଦିନ୍ ପ୍ରମୁଖଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ସେମାନଙ୍କଠାରୁ ୧୦ କିଲୋ ରୁପା, ନଗଦ ଏକଲକ୍ଷ ୫୭ ହଜାର ଟଙ୍କା ଓ ଘର ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଅସ୍ତ୍ର ଜବତ କରିଛି।

ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଯୁବକ ମାନେ ଉତ୍ତରପ୍ରଦେଶ ଓ ଉତ୍ତରାଞ୍ଚଳ ରାଜ୍ୟର ବୋଲି ପୋଲିସ କହିଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ପୁର୍ବରୁ ଗିରଫ ହୋଇଥିବା ୫ ଯୁବକ ମାନେ ମଧ୍ୟ ବାହାର ରାଜ୍ୟର ଥିଲେ। ଜଣେ ଓଡ଼ିଆ ଯୁବକ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରୀ ଗ୍ରାମର ମାୟାଧର ବେହେରା ବୋଲି ଜଣାପଡିଛି ଓ ଅଭିଯୁକ୍ତ ମାୟାଧର ବହୁ ପୂର୍ବରୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇ ଦିଲ୍ଲୀର ତିହାର ଜେଲରେ ଥିବା ବେଳେ ଉକ୍ତ ଅଣ ଓଡ଼ିଆ ଯୁବକଙ୍କ ସମ୍ପର୍କରେ ଆସି ପରବର୍ତ୍ତୀ ସମୟରେ ଏହି ଲୁଟ୍ କାର୍ଯ୍ୟ କରିଛି ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।

Share This Article