ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହାଣିଲେ ଦୁର୍ବୁତ୍ତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆପଡା ଥାନା ନଛିପୁର ଛକ ନିକଟରେ ଭଗବାନ ପରିଡା ନାମକ ଜଣେ ଯୁବକକୁ ଦୁର୍ବୁତ୍ତମାନେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଭଗବାନ ନିଜ ଘର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭାକୁଟୀଡିହ ଗ୍ରାମକୁ ଫେରୁଥିବା ବେଳେ ନଛିପୁର ଛକ ନିକଟରେ କିଛି ଦୁର୍ବୃତ୍ତ ମାରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି।

ଗୁରୁତର ଅବସ୍ଥାରେ ଭଗବାନକୁ କିଛି ଲୋକ ଜରିଆରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇଁ ପୁଲିସ ଡାକ୍ତରଖାନାରେ ପହଞ୍ଚି ଗୁରୁତରଙ୍କ ବୟାନ ରେକର୍ଡ କରିଥିବା ସୂଚନା ରହିଛି ଓ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଛନ୍ତି।

Share This Article