ସୁଭଦ୍ରା ଟଙ୍କା ମିଳିବା ପାଇଁ ଘୋଷଣା ହେଲା ତାରିଖ, ବଳକା ମହିଳାଙ୍କୁ ଦିଆଯିବ ପାଞ୍ଚ ହଜାର

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନାର ଟଙ୍କା ବଳକା ହିତାଧିକାରୀଙ୍କୁ କେବେ ମିଳିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ୟ ଘଟିଛି। ବଳକା ମହିଳା ହିତାଧିକାରୀଙ୍କୁ ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗରେ ପ୍ରାୟ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଏହି ଉତ୍ସବ ବାରିପଦାରେ ଆୟୋଜନ କରାଯିବ। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ। ଏଥିରେ ଶେଷ ଆବେଦନକାରୀଙ୍କୁ ସରକାର ସମ୍ମାନିତ କରି ଟଙ୍କା ପ୍ରଦାନ କରିବେ।

 

Share This Article