ଭଦ୍ରକ ଧାମନଗରର ପରିସ୍ଥିତି ଏବେ ବି ଉତ୍ତେଜନା, ବନ୍ଦ କରାଗଲା ଇଣ୍ଟରନେଟ ସଂଯୋଗ

Odisha Hot News
1 Min Read

ଭଦ୍ରକ: ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ସେଠାରେ ଗତକାଲିଠାରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଶ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ଆଜି 48 ଘଣ୍ଟା ପାଇଁ ଧାମନଗର ଅଞ୍ଚଳର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ସେଠାରେ ପରିସ୍ଥିତି ଉତ୍ତେଜନା ରହିଛି। ଏହି ଭିଡିଓକୁ ଯିଏ ଅପଲୋଡ କରିଛି ତାହାକୁ ତୁରନ୍ତ ଗିରଫ କରିବାକୁ ଏକ ଗୋଷ୍ଠୀ ଦାବୀ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେହି ଗୋଷ୍ଠୀ ତରଫରୁ ଏକ ପ୍ରତିବାଦ ରାଲି କରାଯାଇଥିଲା।

ଏହି ରାଲି ଉପକୁ ଅନ୍ୟ ଗୋଷ୍ଠୀ ପଥର ମାଡ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପଥରମାଡରେ କେତେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ସାଂପ୍ରଦାୟିକତା ଆଡକୁ ଯାଉଥିବାରୁ ପୋଲିସ ତରଫରୁ ତୀକ୍ଷ୍ମ ନଜର ରଖାଯାଇଛି।

Share This Article