ରେଢ଼ାଖୋଲରେ ବୃଦ୍ଧାଙ୍କୁ ହତ୍ୟା, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ

Odisha Hot News
1 Min Read

ରେଢ଼ାଖୋଲ(କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେହୁରୀ ସାହିରେ ଜୈନିକା ବୃଦ୍ଧା ଙ୍କୁ କେହି ହତ୍ୟା କରି ଫେରାର ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଦେହୁରୀ ସାହିର ହିରା ବାହାଦୁରଙ୍କ ଦ୍ବିତୀୟ ପତ୍ନୀ ତରଙ୍ଗିଣି ସାହୁଙ୍କୁ ଦିନ ସମୟରେ କେହି  ପିଟି ପିଟି ହତ୍ୟା କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣା ପଡିଛି।

ହିରା ବାହାଦୁର ଜଣେ ବିଦ୍ୟୁତ ବିଭାଗ ର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହୋଇ ଥିବା ବେଳେ ତରଙ୍ଗିଣି ତାଙ୍କର ଦ୍ୱିତୀୟ ପତ୍ନୀ। ତରଙ୍ଗିଣିଙ୍କର କୌଣସି ସନ୍ତାନ ନ ଥିବା ବେଳେ ପ୍ରଥମ ପତ୍ନୀ ର ପୁଅ ଓ ଝିଅ ଅଛନ୍ତି। ପ୍ରାୟତଃ ସବୁବେଳେ ଜମିବାଡ଼ି କୁ ନେଇ ତରଙ୍ଗିଣି ଓ ସ୍ବାମୀ ଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ, ଝିଅ, ଜ୍ବାଇଁ ମିଶି ଝଗଡା କରୁଥିଲେ ବୋଲି ଜଣା ପଡିଛି। ପୋଲିସ ତଦନ୍ତ କରୁଥିବା ବେଳେ କାହାରିକୁ ଗିରଫ କରି ନାହିଁ।

Share This Article